‘ପିଏମ୍‌ ନରେନ୍ଦ୍ର ମୋଦୀ’ ଚଳଚ୍ଚିତ୍ରକୁ ଆଜି ଦେଖିବେ ନିର୍ବାଚନ କମିସନ, ତା’ପରେ ହେବ ପ୍ରଦର୍ଶନ ନିଷ୍ପତ୍ତି

Advertisment
‘ପିଏମ୍‌ ନରେନ୍ଦ୍ର ମୋଦୀ’ ଚଳଚ୍ଚିତ୍ରକୁ ଆଜି ଦେଖିବେ ନିର୍ବାଚନ କମିସନ, ତା’ପରେ ହେବ ପ୍ରଦର୍ଶନ ନିଷ୍ପତ୍ତି

(Photo: Twitter)

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ‘ପିଏମ୍‌ ନରେନ୍ଦ୍ର ମୋଦୀ’ ଚଳଚ୍ଚିତ୍ରକୁ ନିର୍ବାଚନ କମିସନ ଆନୁଷ୍ଠାନିକ ଭାବେ ଦେଖିବେ। ନିର୍ବାଚନ କମିସନଙ୍କ ଏକ ଦଳ ଏହି ଚଳଚ୍ଚିତ୍ରଟିକୁ ଦେଖିବା ପାଇଁ ଚଳଚ୍ଚିତ୍ର ପ୍ରଦର୍ଶନର ବନ୍ଦୋବସ୍ତ କରିବା ପାଇଁ ନିର୍ବାଚନ କମିସନ ଚଳଚ୍ଚିତ୍ର ନିର୍ମାତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ଦିନ ସଂପୂର୍ଣ୍ଣ ବାୟୋପିକ୍‌କୁ ଦେଖିବା ପାଇଁ ସୁପ୍ରିମ୍‌କୋର୍ଟ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିବ ବୋଲି ବିରୋଧୀ ଦଳ ଅଭିଯୋଗ ଆଣିବା ପରେ ଚଳଚ୍ଚିତ୍ରଟିର ପ୍ରଦର୍ଶନକୁ ନେଇ ସମସ୍ୟା ଉପୁଜିଛି। ତାରିଖ ପରେ ତାରିଖ ବିତି ଚାଲିଥଇଲେ ବି ଏଯାଏ ପରଦାରେ ଦେଖିବାକୁ ମିଳିନି ‘ପିଏମ୍‌ ନରେନ୍ଦ୍ର ମୋଦୀ’। ନିକଟରେ ଚଳଚ୍ଚିତ୍ରର ପ୍ରଦର୍ଶନ ଉପରେ ବ୍ୟାନ୍‌ ଲଗାଯିବା ପରେ ଚଳଚ୍ଚିତ୍ର ନିର୍ମାତା ମାମଲା ନେଇ ସୁପ୍ରିମ୍‌କୋର୍ଟରେ ପହଞ୍ଚିଥିଲେ। ସଂପୂର୍ଣ୍ଣ ଚଳଚ୍ଚିତ୍ରଟିକୁ ନିର୍ବାଚନ କମିସନଙ୍କୁ ଦେଖେଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ନିର୍ବାଚନ କମିସନ ଚଳଚ୍ଚିତ୍ରଟିକୁ ଦେଖି ଏକ ମୁଦା ଲଫାପାରେ କୋର୍ଟଙ୍କୁ ରିପୋର୍ଟ ପ୍ରଦାନ କରିବା ପରେ ଯାଇ ଚଳଚ୍ଚିତ୍ରର ପ୍ରଦର୍ଶନୀ ଉପରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe